ଓଡ଼ିଆ ବାଇବଲ ୱେବସାଇଟ୍‌କୁ ଆପଣମାନଙ୍କୁ ସ୍ୱାଗତ କରୁଅଛୁ

ଏହି ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଯୁଗରେ ଆମେ ପ୍ରୟୋଗ ବିଜ୍ଞାନ (ଟେକ୍ନଲୋଜି) ବ୍ୟବହାର କରି ପରମେଶ୍ୱରଙ୍କ ପବିତ୍ର ଓ ଜୀବିତ ବାକ୍ୟ ଆପଣଙ୍କ ନିକଟକୁ ପହଞ୍ଚାଉ ଅଛୁ. ଏହି ୱେବସାଇଟ୍‌ରେ ଆପଣ ଅନେକ ପ୍ରକାରର ଖ୍ରୀଷ୍ଟିୟ ସାହିତ୍ୟ ସାମଗ୍ରୀ (ଓନଲାଇନ୍ ଓଡ଼ିଆ ବାଇବଲ, ଅଡିଓ ଓ ଭିଡିଓ, ଅଡିଓ ବାଇବଲ, ଖ୍ରୀଷ୍ଟିଅ ଓଡ଼ିଆ ପୁସ୍ତକ ଏବଂ ଭକ୍ତି ସଂଗୀତ) ସବୁ ପାଇପାରିବେ. ଏହି ୱେବସାଇଟ୍‌ରେ ଉପଲବ୍ଧ ଥିବା ସମସ୍ତ ସାହିତ୍ୟ ସାମଗ୍ରୀକୁ ଆପଣ ବିନାମୁଲ୍ୟରେ ପଢ଼ିପାରିବେ, ଶୁଣିପାରିବେ, ଦେଖିପାରିବେ, ଏବଂ ଡାଉନଲୋଡ୍ ମଧ୍ୟ କରିପାରିବେ.

ଲୂକ ସୂସମାଚାର, ଆଦର୍ଶ ମନୁଷ୍ୟ ପ୍ରକାଶ  ପାଇଲା!

Verse of the day

ମେଷପାଳକମାନେ ଅତ୍ୟନ୍ତ ଭୟଭୀତ ହୋଇଗଲେ। ସ୍ୱର୍ଗଦୂତ ସେମାନଙ୍କୁ କହିଲେ, “ଭୟ କର ନାହିଁ, କାରଣ ମୁଁ ତୁମ୍ଭମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ସମାଗ୍ଭର ଆଣିଛି। ତାହା ସବୁଲୋକଙ୍କ ପାଇଁ ମହା ଆନନ୍ଦ ଆଣିଦେବ। କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଜନ୍ମ ଗ୍ରହଣ କରିଛନ୍ତି।

ଲୂକ ଲିଖିତ ସୁସମାଚାର 2:10

ଓଡ଼ିଆ ବାଇବଲ ୱେବସାଇଟ୍‌ରେ ପରିଦର୍ଶନ କରିଥିବାରୁ ଆପଣଙ୍କୁ ବିଶେଷ ଧନ୍ୟବାଦ!

Your encouragement is valuable to us

Your stories help make websites like this possible.