You are here
ନବ ବାଇବଲ
ନୂତନ ଭାବରେ ସୂସମାଚାର ବିତରଣ କରିବା ନିମନ୍ତେ ଏକ ବାଇବଲର ନାମ “ନବ ବାଇବଲ” ଅଟେ। ଏହା ଏକ ଗତିଶୀଳ (ଡାଇନାମିକ୍) ବାଇବଲ ଅଟେ। ଗତ କିଛି ବର୍ଷ ଧରି ଏକ ଅର୍ଥ ଆଧାରିତ “ନବ ଓଡ଼ିଆ ବାଇବଲ” ଅନୁବାଦ କରିବା ପାଇଁ ଅନୁବାଦକ ଦଳ କଠିନ ପରିଶ୍ରମ କରିଆସୁଛନ୍ତି । ଏହା ଏକ ଐତିହାସିକ ଓ ମହତ୍ କାର୍ଯ୍ୟ, ଯାହାର ଏକ ନମୁନା ସ୍ୱରୂପେ ବର୍ତ୍ତମାନ ଲୁକ ସୁସମାଚାର “ଆଦର୍ଶ ମନୁଷ୍ୟ” ନାମରେ ଏକ ପରୀକ୍ଷାମୂଳକ ଭାବରେ ମୁଦ୍ରଣ ଓ ପ୍ରକାଶନ ପାଇଅଛି। ତ୍ରିଏକ ଈଶ୍ୱରଙ୍କ ମହା ଅନୁଗ୍ରହ ଏବଂ ଅଭିଷିକ୍ତ ଚାଳନାରେ ଏହି ସୁସମାଚାର ପୁସ୍ତକର ଅନୁବାଦ ସମାପ୍ତ, ମୁଦ୍ରଣ ଓ ପ୍ରକାଶନ ହୋଇପାରିଛି। “ନବ ବାଇବଲ” ଅନୁବାଦକମାନେ ଏହି ପୁସ୍ତକକୁ ସ୍ପଷ୍ଟ, ସଠିକ୍ ଓ ପ୍ରାକୃତିକ ଭାବରେ ଅନୁବାଦ କରିବା ସହିତ ଏଥିରେ ଅନେକ ମହତ୍ ଓ ପାଠ୍ୟ ବିଷୟକୁ ସ୍ଥାନିତ କରିଛନ୍ତି। ନୂତନ ଭାବରେ ଅନୁବାଦ କରାଯାଇଥିବା ଏହି ପୁସ୍ତକ, ଲୋକମାନଙ୍କୁ ଶାସ୍ତ୍ରାଂଶ ବୁଝିବାରେ ଓ ସେମାନଙ୍କ ବିଶ୍ଵାସ ଜୀବନ ଯାତ୍ରାରେ ଆଶୀର୍ବାଦ କରିବାର ଅନେକ ପ୍ରଭାବଶାଳୀ ସାକ୍ଷ୍ୟ ଶୁଣାଯାଇଅଛି।
ନବ ଲୂକ ସୂସମାଚାର, “ଆଦର୍ଶ ମନୁଷ୍ୟ” ପ୍ରକାଶ ପାଇଲା!
Copyright © 2023, odiabible.com